ଆରପାରିରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ

ଗୁଣପୁର- ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ହୋଇଯାଇଛି । ‘ବୋଉ’ ଭାବେ ଲୋକପ୍ରିୟ ଶାନ୍ତି ଦେବୀ ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି । ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇଯାଇଥିଲେ । ଗୁଣପୁର ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଂଟ୍ ପହଂଚି ପରୀକ୍ଷା କଲା ପରେ ଶାନ୍ତି ଦେବୀଙ୍କୁ ମୃତ ଘୋଷଣା କରିଥିଲେ ।

ଶାନ୍ତି ଦେବୀ ରାଜ୍ୟରେ ଜଣେ ଶ୍ରେଷ୍ଠ ସମାଜସେବୀ ଭାବେ ପରିଚିତ ଥିଲେ । ପରୋପକାରୀ ମହିଳା ଭାବେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ସମାଜସେବା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା । ଗତବର୍ଷ ନଭେମ୍ବରରେ ସେ ସମ୍ମାନ ଗ୍ରହଣ କରିଥିଲେ ।

Comments are closed.