ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ, ୧୦ ହଜାର ୪୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୪୮୯ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୬ ହଜାର ୮୨ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୪୦୭ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଶିଶୁ,କିଶୋରଙ୍କ ସଂଖ୍ୟା ହେଉଛି ୯୮୨ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୯୩୪, ସୁନ୍ଦରଗଡରୁ ୧ ହଜାର ୪୪୭, କଟକରୁ ୭୮୬, ବାଲେଶ୍ୱରରୁ ୪୩୩, ସମ୍ବଲପୁରରୁ ୩୮୭, ମୟୂରଭଞ୍ଜରୁ ୩୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାୟଗଡା ଜିଲ୍ଲାରୁ ୨୫୩, ବଲାଙ୍ଗିରରୁ ୨୩୮, ଝାରସୁଗୁଡାରୁ ୨୨୫, ଜଗତସିଂହପୁରରୁ ୨୦୭, ପୁରୀରୁ ୧୯୮, ଯାଜପୁରରୁ ୧୯୫, ନୟାଗଡରୁ ୧୯୩, ବରଗଡରୁ ୧୬୬, କଳାହାଣ୍ଡିରୁ ୧୬୩, ସୋନପୁରରୁ ୧୬୩, କୋରାପୁଟରୁ ୧୬୨, ନବରଙ୍ଗପୁରରୁ ୧୫୯, ଅନୁଗୁଳରୁ ୧୫୮, ଭଦ୍ରକରୁ ୧୧୮, ଗଜପତିରୁ ୧୦୯, କେନ୍ଦୁଝରରୁ ୧୦୫, ଗଞ୍ଜାମରୁ ୯୨, କେନ୍ଦ୍ରାପଡାରୁ ୯୦, ବୌଦ୍ଧରୁ ୮୫, ଢେଙ୍କାନାଳରୁ ୭୦, କନ୍ଧମାଳରୁ ୫୬, ମାଲକାନଗିରିରୁ ୫୫, ଦେବଗଡରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲରୁ ଚିହ୍ନଟ ହୋଇଛନ୍ତି ୭୦୭ ।

ରାଜ୍ୟରେ ଏ ଯାଏଁ କୋରୋନାରେ ଆକ୍ରାନ୍ତ ମୋଟ ଲୋକଙ୍କ ସଂଖ୍ୟା ୧୧ ଲକ୍ଷ ୪୪ ହଜାର ୪୦୧କୁ ବୃଦ୍ଧି ପାଇଛି । ୧୦ ଲକ୍ଷ ୬୦ ହଜାର ୬୭ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ରହିଛି ୭୫ ହଜାର ୭୯୭ ।

Comments are closed.