ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷ ଓ ସମର୍ଥକ

ଭୁବନେଶ୍ୱର- ଚିଲିକା ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତ୍ରୀ ଝରଣା ବାରିକ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଝରଣା ଦଳରେ ଯୋଗ ଦେଇଛନ୍ତି । ଝରଣାଙ୍କ ସମର୍ଥକମାନେ ବି ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ଏମାନଙ୍କ ମଧ୍ୟରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ବି ଅଛନ୍ତି । ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

Comments are closed.