ରାଜ୍ୟରେ ଆଉ ୧୧,୬୦୭ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରେ ୪ ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧ ହଜାର ୬୦୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୭୨୮ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୯୯୧ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୪ ହଜାର ଅତିକ୍ରମ କରିଛି । ଦିନକରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୪ ହଜାର ୩୪୭ ଆକ୍ରାନ୍ତ । ସୁନ୍ଦରଗଡ ଜିଲ୍ଲାରୁ ୧ ହଜାର ୨୧୯, କଟରୁ ୮୯୮, ସମ୍ବଲପୁରରୁ ୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୦୫, ଯାଜପୁରରୁ ୨୩୧, ବଲାଙ୍ଗିରରର ୁ୨୨୯, ରାୟଗଡାରୁ ୨୨୯, ଝାରସୁଗୁଡାରୁ ୨୧୯, ନୟାଗଡରୁ ୨୦୬,ଅନୁଗୁଳରୁ ୧୮୫, ମୟୂରଭଞ୍ଜରୁ ୧୭୪, କୋରାପୁଟରୁ ୧୬୮, ନୂଆପଡାରୁ ୧୬୬, ପୁରୀରୁ ୧୫୭, ଭଦ୍ରକରୁ ୧୫୩, ନବରଙ୍ଗପୁରରୁ ୧୪୯, ବରଗଡରୁ ୧୪୫, ଜଗତସିଂହପୁରରୁ ୧୩୪, କେନ୍ଦୁଝରରୁ ୧୨୧, କେନ୍ଦ୍ରାପଡାରୁ ୧୧୯, ସୋନପୁରରୁ ୧୧୪, କଳାହାଣ୍ଡିରୁ ୧୦୩, ଗଞ୍ଜାମରୁ ୯୩, ଗଜପତିରୁ ୮୭, ମାଲକାନଗିରିରୁ ୮୫, କନ୍ଧମାଳରୁ ୮୦, ବୌଦ୍ଧରୁ ୭୮, ଦେବଗଡରୁ ୭୫, ଢେଙ୍କାନାଳରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ମୋଟ ୮୭୭ଟି ମାମଲା ରିପୋର୍ଟ ଆସିଛି ।

ରାଜ୍ୟରେ ଏ ଯାଏ କୋରୋନାରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୭୩ ହଜାର ୭୭୭ । ରାଜ୍ୟରେ ବର୍ତ୍ତାମାନେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୪ ହଜାର ୭୭୦କୁ ବୃଦ୍ଧି ପାଇଛି ।

Comments are closed.