ରାଜ୍ୟରେ ଆଉ ଦୁଇ ଦିନ ଶୀତ, ୨୧ରୁ କିଛି ସ୍ଥାନରେ ବର୍ଷା

ଭୁବନେଶ୍ୱର- ଆଗାମୀ ଦୁଇ ଦିନ ରାଜ୍ୟରେ ପାଗ ଅପରିବର୍ତ୍ତିତ ରହିବ । ତେବେ ପରବର୍ତ୍ତୀ ତିନି ଦିନ ରାତି ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଉ ଦୁଇ ଦିନ ଘନ କୁହୁଡି ଦେଖାଯିବ । ଏ ନେଇ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ଓ ୨୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ପାଗ ଶୁଖିଲା ରହିବ ଓ ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

Comments are closed.