ଜୟନ୍ତୀରେ ଚାଖି ଖୁଣ୍ଟିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଐତିହାସିକ ସିପାହୀ ବିଦ୍ରୋହର ମହାନ ସଂଗ୍ରାମୀ ତଥା ବିପ୍ଲବୀ ଚନ୍ଦନ ହଜୁରୀ ( ଚାଖି ଖୁଂଟିଆ )ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ କହିଛନ୍ତି ଯେ, ଚାଖି ଖୁଂଟିଆଙ୍କ ଅସାଧାରଣ ରଣକୌଶଳ ଇତିହାସର ଏକ ଚର୍ଚ୍ଚିତ ଅଧ୍ୟାୟ ହୋଇ ରହିଛି । ଦେଶର ସ୍ୱାଧୀନତା ପାଇଁ ତାଙ୍କର ତ୍ୟାଗ ଅତୁଳନୀୟ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ଅବଦମିତ ଦେଶପ୍ରେମ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.