କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ, ଚାରି ଜିଲ୍ଲାରେ ଅଧିକ ସଂକ୍ରମଣ

ଭୁବନେଶ୍ୱର- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଏବେ କୋରୋନା ସଂକ୍ରମଣ ସ୍ଥିର ରହିଛି । ପ୍ରଥମେ ଯେଉଁ ଗତିରେ କୋରୋନା ସଂକ୍ରମଣ ବଢୁଥିଲା, ତାହା ଏବେ କମିଛି । ବର୍ତ୍ତମାନ ସ୍ଥିତିରେ ୮୮ ହଜାର ଆକ୍ଟିଭ କେସ୍ ରହିଛି । ହସପିଟାଲରେ ମାତ୍ର ୧୨୩୦ ଲୋକ ଭର୍ତ୍ତି ହୋଇଛନ୍ତି । ଆଇସିୟୁରେ ମଧ୍ୟ ରୋଗୀ ନାହାନ୍ତି ଓ ଅକ୍ସିଜେନ ଦରକାର ପଡୁ ନ ଥିବାରୁ ସାମଗ୍ରିକ ଭାବା ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେ କହିଛନ୍ତି ଯେ, ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ସମ୍ବଲପୁର ଜିଲ୍ଲାରେ ସଂକ୍ରମଣ ଅଧିକ ରହିବା ଚିନ୍ତାଜନକ । ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ଟିମକୁ ସର୍ଭେଲାନ୍ସ ବଢାଇବାକୁ କୁହାଯାଇଛି ।

Comments are closed.