ରାଜ୍ୟରେ ଆଉ ୮ ହଜାର ୫୨୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ସଂକ୍ରମଣର ନିମ୍ନଗତି ଜାରି ରହିଛି । ଲଗାତର ଦ୍ୱିତୀୟ ଦିନ ଓଡିଶାରେ ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ ହଜାର ୫୨୦ । ଏମାନଙ୍କ ମଧ୍ୟରେ ୯୩୭ ଜଣ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୪ ହଜାର ୯୪୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୫୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୯୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୭୮୯, ବାଲେଶ୍ୱରରୁ ୩୪୬,ଯାଜପୁରରୁ ୨୫୩, କଳାହାଣ୍ଡିରୁ ୨୨୬, ବଲାଙ୍ଗିରରୁ ୨୧୭, ନୟାଗଡରୁ ୨୧୬, ନୂଆପଡାରୁ ୧୯୯, ନବରଙ୍ଗପୁରରୁ ୧୯୨, ରାୟଗଡାରୁ ୧୮୭, ମୟୂରଭଞ୍ଜରୁ ୧୮୦, ଜଗତସିଂହପୁରରୁ ୧୬୫, କୋରାପୁଟରୁ ୧୫୭, ପୁରୀରୁ ୧୪୯, ଅନୁଗୁଳରୁ ୧୪୨ ବରଗଡରୁ ୧୪୧, କେନ୍ଦ୍ରାପଡାରୁ ୧୩୪, ସମ୍ବଲପୁରରୁ ୧୨୭,କେନ୍ଦୁଝରରୁ ୧୨୬, ଝାରସୁଗୁଡାରୁ ୧୧୮, ଭଦ୍ରକରୁ ୧୧୨, କନ୍ଧମାଳରୁ ୧୦୦, ଗଜପତିରୁ ୯୮,ଢେଙ୍କାନାଳରୁ ୯୦, ଗଞ୍ଜାମରୁ ୮୮, ସୋନପୁରରୁ ୮୯, ବୌଦ୍ଧରୁ ୮୬, ଦେବଗଡରୁ ୭୫, ମାଲକାନଗିରିରୁ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୭ ହଜାର ୬୭ । ସକ୍ରିୟ ମାମଲା ସଂଖ୍ୟା ୮୫ ହଜାର ୩୨୦ ।

Comments are closed.