ଜେଲ୍ ଗଲେ ଆଗଲପୁର ବ୍ଲକ୍ କୋଟିପତି ମୁଖ୍ୟ କିରାଣୀ

ବଲାଙ୍ଗିର – କୋଟିପତି କିରାଣୀ ଗଲେ ଜେଲ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା ବଲାଙ୍ଗୀର ଆଗଲପୁର ବ୍ଲକ୍ ଅଫିସ୍‌ର ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସା ଜେଲ ଯାଇଛନ୍ତି । ନିଜ ଆୟଠାରୁ ଅଧିକ ସଂପତ୍ତିର ହିସାବ ଦେଇ ପାରି ନ ଥିବାରୁ ତାଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ପ୍ରଫୁଲ୍ଲଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ବିଭିନ୍ନ ଯୋଜନାର ଅର୍ଥ ଲୁଟ୍ ସହ ପିସି କାରବାର ନେଇ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଥିଲା । ପ୍ରଫୁଲ୍ଲଙ୍କ ତିନିଟି ଠିକଣାରେ ଚଢାଉ ହୋଇଥିଲା । ଚଢାଉ ପରେ ତାଙ୍କର ୧ କୋଟି ୩୨ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ଥିବା ଜଣାପଡିଥିଲା । ତେବେ, ଆୟ ସଂପର୍କରେ ସଠିତ୍ ସୂଚନା ଦେଇ ନ ପାରିବାରୁ ଭିଜିଲାନ୍ସ ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପ୍ରଫୁଲ୍ଲଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍ ଯିବାକୁ ପଡିିଛି ।

Comments are closed.