ନିମ୍ନଗତି ଜାରି, ରାଜ୍ୟରେ ୬ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ୬ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫ ହଜାର ୮୯୧ କୋରୋନା ସଂକ୍ରମିତ । ସଙ୍ଗରୋଧରୁ ୩ ହଜାର ୪୧୩ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୪୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୨ ହଜାର ୪୭୮ ଶିଶୁ ଓ କିଶୋର ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୫୦୧, କଟକରୁ ୪୮୨, ବାଲେଶ୍ୱରରୁ ୨୩୪, ଯାଜପୁରରୁ ୨୧୯, ମୟୂରଭଞ୍ଜରୁ ୨୧୮, ନୟାଗଡରୁ ୨୦୫, କଳାହାଣ୍ଡିରୁ ୧୮୮, ସମ୍ବଲପୁରରୁ ୧୫୮, ବଲାଙ୍ଗିରରୁ ୧୩୮, କେନ୍ଦୁଝରରୁ ୧୩୭, ଢେଙ୍କାନାଳରୁ ୧୩୩, କେନ୍ଦୁଝରରୁ ୧୩୭, କୋରାପୁଟରୁ ୧୨୮, ରାୟଗଡାରୁ ୧୨୫, କେନ୍ଦ୍ରାପଡାରୁ ୧୧୪, ଜଗତସିଂହପୁରରୁ ୧୦୮, ଅନୁଗୁଳରୁ ୧୦୬, ଗଜପତିରୁ ୯୬, ଭଦ୍ରକରୁ ୯୪, ବୌଦ୍ଧରୁ ୯୩, ବରଗଡରୁ ୮୫, ଗଞ୍ଜାମରୁ ୭୫, କନ୍ଧମାଳରୁ ୭୩, ପୁରୀରୁ ୬୩, ଦେବଗଡରୁ ୬୧, ନୂଆପଡାରୁ ୫୬, ମାଲକାନଗିରିରୁ ୫୨, ସୋନପୁରରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲରୁ ୨୯୯ ମାମଲା ଆସିଛି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୩୧ ହଜାର ୯୧୭ । ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ୭୭ ହଜାର ୩୪୦ ରହିଛି ।

Comments are closed.