ଆଜିଠାରୁ କଟକରେ ପ୍ରଥମ ଓଡିଶା ଓପନ ବ୍ୟାଡମିଂଟନ

ଭୁବନେଶ୍ୱର- ଓଡିଶାରେ ମେଗା ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ । ଆଜିଠାରୁ କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଓଡିଶା ଓପନ୍ ବ୍ୟାଡମିଂଟନ ଚାମ୍ପିଅନସିପ୍ । ଏହି ଚାମ୍ପିଅନସିପ୍ ସୁପର-୧୦୦ ପ୍ରତିଯୋଗିତାର ମାନ୍ୟତା ପାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଏଭଳି ଟୁର୍ଣ୍ଣାମେଂଟ୍ । ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଭାରତୀୟ ବ୍ୟାଡମିଂଟନ ସଂଘ ଓ ଓଡିଶା ବ୍ୟାଡମିଂଟନ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ଟୁର୍ଣ୍ଣାମେଂଟ୍ । ଟୁର୍ଣ୍ଣାମେଂଟରେ ୭୫ ହଜାର ଡରାଲ ବା ୫୫ ଲକ୍ଷ ୫୮ ହଜାର ପୁରସ୍କାର ରାଶି ରଖାଯାଇଛି । ୧୭ଟି ଦେଶରୁ ୩୫୦ରୁ ଅଧିକ ଖେଳାଳି ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ୩୦ ତାରିଖ ଯାଏଁ ଚାଲିବ ପ୍ରତିଯୋଗିତା ।

Comments are closed.