ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସଂରକ୍ଷଣ ଚୂଡାନ୍ତ ତାଲିକା : ୪୨ଟି ୱାର୍ଡରୁ ୨୩ଟି ସଂରକ୍ଷିତ, ମହିଳାଙ୍କ ପାଇଁ ମେୟର ପଦବୀ ସଂରକ୍ଷିତ

ବ୍ରହ୍ମପୁର – ପୌର ନିର୍ବାଚନ ପାଇଁ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ପୁନର୍ଗଠନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ରହ୍ମପୁର ମନାହନଗର ନିଗମକୁ ଏଥର ୪୨ଟି ୱାର୍ଡରେ ବିଭକ୍ତ କରାଯାଇଛି । ସମସ୍ତ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବର ବିଚାର ପରେ ୱାର୍ଡ ସଂରକ୍ଷଣ ସଂପର୍କିତ ଚୂଡାନ୍ତ ସଂରକ୍ଷଣ ତାଲିକା ମଧ୍ୟ ଜାରି କରାଯାଇଛି । ମହାନଗମର ମେୟର ପଦବୀ ଏଥର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ ମଧ୍ୟରୁ ୨୩ଟି ୱାର୍ଡ ସଂରକ୍ଷିତ ରଖଯାଇଛି । ୱାର୍ଡ ନମ୍ବର ୧୯, ୨୩ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ୱାର୍ଡ ନମ୍ବର ୯ ଓ ୨୫ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୧ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୱାର୍ଡ ନମ୍ବର ୫,୩୦,୬,୧୦, ୧୫, ୪, ୩୧, ୧୬, ୩୯, ୩, ୨୦, ୧୪,୧୩,୩୩,୨୮, ୩୭, ୩୬, ୩୮ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୧୯ଟି ୱାର୍ଡ ଅଣସଂରକ୍ଷିତ ରହିଛି ।

Comments are closed.