ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ କମିବାରେ ଲାଗିଛି । ୫ ହଜାର ତଳକୁ ଖସିଛି ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୪ ହଜାର ୮୪୨ ନୂଆ ପଜିଟିଭ । ସଙ୍ଗରୋଧରୁ ୨ ହଜାର ୮୦୯ ଏବଂ ସ୍ଥାନୀୟ ଅଂଚଳରୁ ୨ ହଜାର ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୬୭୧ ଜଣ ହେଉଛନ୍ତି ଶିଶୁ ଓ କିଶୋର ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୨୫୩, କଟକରୁ ୪୪୩, ନୟାଗଡରୁ ୨୧୦, ମୟୂରଭଞ୍ଜରୁ ୧୭୯, ବାଲେଶ୍ୱରରୁ ୧୬୯, ସୁନ୍ଦରଗଡରୁ ୧୫୯, କଳାହାଣ୍ଡିରୁ ୧୫୫, ସମ୍ବଲପୁରରୁ ୧୪୯, ନୂଆପଡାରୁ ୧୪୨, ବଲାଙ୍ଗିରରୁ ୧୪୦, ଯାଜପୁରରୁ ୧୩୪, ନବରଙ୍ଗପୁରରୁ ୧୨୪, ଭଦ୍ରକରୁ ୧୦୬, ଅନୁଗୁଳରୁ ୧୦୪, ରାୟଗଡାରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁରରୁ ୯୬, ଦେବଗଡରୁ ୮୫, ଢେଙ୍କାନାଳରୁ ୮୪, କୋରାପୁଟରୁ ୮୧, କନ୍ଧମାଳରୁ ୮୦, ପୁରୀରୁ ୭୬, ବରଗଡରୁ ୭୨, କେନ୍ଦୁଝରରୁ ୬୯, ଝାରସୁଗୁଡାରୁ ୭୦, କେନ୍ଦ୍ରାପଡାରୁ ୬୦, ଗଜପତିରୁ ୬୫, ଗଞ୍ଜାମରୁ ୫୮, ମାଲକାନଗିରିରୁ ୪୩, ସୋନପୁରରୁ ୪୨, ବୌଦ୍ଧରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୨୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୨ ଲକ୍ଷ ୪୧ ହଜାର ୬୮ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧ ଲକ୍ଷ ୭୩ ହଜାର ୯୦୭ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ଏବେ ୫୮ ହଜାର ୫୩୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.