ନିମ୍ନଗତି ଜାରି, ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩ ହଜାର ୪୫୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୧୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୩୮ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୩୬ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୨୮୭ ଓ କଟକରୁ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ୧୮୧, ମୟୂରଭଞ୍ଜରୁ ୧୮୦, ଅନୁଗୁଳରୁ ୧୫୨, ସମ୍ବଲପୁରରୁ ୧୩୧, ନୟାଗଡରୁ ୧୨୫,ବାଲେଶ୍ୱରରୁ ୧୦୫, ବଲାଙ୍ଗିରରୁ ୧୦୩, ନବରଙ୍ଗପୁରରୁ ୯୯, ବରଗଡରୁ ୮୨, ଗଜପତିରୁ ୭୩, ଯାଜପୁରରୁ ୭୩, ପୁରୀରୁ ୭୨, ଦେବଗଡରୁ ୭୧, ଗଞ୍ଜାମରୁ ୬୪, ଜଗତସିଂହପୁରରୁ ୬୪, କଳାହାଣ୍ଡିରୁ ୬୩, କେନ୍ଦ୍ରାପଡାରୁ ୬୦, ଝାରସୁଗୁଡାରୁ ୫୫, କୋରାପୁଟରୁ ୫୩, ବୌଦ୍ଧରୁ ୫୩, ଭଦ୍ରକରୁ ୫୨, କନ୍ଧମାଳରୁ ୪୪, କେନ୍ଦୁଝରରୁ ୩୯, ରାୟଗଡାରୁ ୩୬, ସୋନପୁରରୁ ୨୧, ମାଲକାନଗିରିରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୧୫୪ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ବର୍ତ୍ତମାନ ୩୭ ହଜାର ୭୬୨ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.