ରାଜ୍ୟରେ ୨ ହଜାର ୧୦୬ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ହଜାର ୧୦୬ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୨୨୯ ଏବଂ ସ୍ଥାନୀୟ ଅଂଚଳରୁ ୮୭୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୨୪ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୯, ସୁନ୍ଦରଗଡରୁ ୨୧୯, କଟକରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୯୭, କେନ୍ଦ୍ରାପଡାରୁ ୭୬, ନୟାଗଡରୁ ୭୦, ବଲାଙ୍ଗୀରରୁ ୬୫, ଗଜପତିରୁ ୬୪, ଢେଙ୍କାନାଳରୁ ୬୧, ସମ୍ବଲପୁରରୁ ୫୬, ଝାରସୁଗୁଡାରୁ ୫୬, ବୌଦ୍ଧରୁ ୫୫, ଯାଜପୁରରୁ ୫୩, କୋରାପୁଟରୁ ୪୫, କନ୍ଧମାଳରୁ ୪୪, ନବରଙ୍ଗପୁରରୁ ୪୩, ରାୟଗଡାରୁ ୪୩, ମୟୂରଭଞ୍ଜରୁ ୪୨, ବାଲେଶ୍ୱରରୁ ୪୦, ଭଦ୍ରକରୁ ୪୦, କେନ୍ଦୁଝରରୁ ୪୦, ସୋନପୁରରୁ ୩୭, କଳାହାଣ୍ଡିରୁ ୩୬, ଗଞ୍ଜାମରୁ ୩୫, ପୁରୀରୁ ୩୪, ଜଗତସିଂହପୁରରୁ ୩୨,ବରଗଡରୁ ୧୭, ଦେବଗଡରୁ ୯ ଓ ମାଲକାନଗିରିରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୭୮ଟି ପଜିିଟିଭ ମାମଲା ଆସିଛି ।

ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀର ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୬୭୨ ରହିଛି ।

Comments are closed.