ପଶ୍ଚିମ ଓଡିଶାରେ ସବୁ ଦଳର ପ୍ରଚାର ସରଗରମ, ବିଜୟର ଗୁରୁମନ୍ତ୍ର ଦେଉଛନ୍ତି ହେଭିୱେଟ୍ ନେତା

ସମ୍ବଲପୁର : ଗତ ୨୦୧୭ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ବିଜେଡି। ଏଥିପାଇଁ ସାରା ପଶ୍ଚିମ ଓଡିଶାରେ ଦଳର ହେଭିବେଟ୍ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି। ଆଉ ରାଜ୍ୟ ସରକାରଙ୍କ ବିକାଶକୁ ହିଁ ଆୟୁଧ କରି ବିଜୟ ବାନା ଉଡାଇବାକୁ ଦଳ ରଣନୀତି ପ୍ରସ୍ତୁତି କରି ସାରିଛି। ଏଭଳି ସ୍ଥିତିରେ ଦଳର ସାଂଗଠାନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ପଶ୍ଚିମ ଓଡିଶାରେ ଡେରା ପକାଇଥିବା ବେଳେ ତାଙ୍କ ଉପସ୍ଥିତିରେ ପ୍ରତିଦିନ ବିଭିନ୍ନ ଦଳର ଛାମୁଆ ନେତା ଆସି ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ଆଉ ଏହା ବିଜେଡିକୁ ନିର୍ବାଚନ ବେଳେ ବଳ ଦେଉଥିବା ଚର୍ଚ୍ଚ। ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଗତ ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ପ୍ରଣବଙ୍କ ନେତୃତ୍ବରେ କର୍ମୀଙ୍କୁ ବିଜୟର ଗୁରୁମନ୍ତ୍ର ଦିଆଯାଉଥିବା ଦେଖିବାକୁ ମିଳୁଛି। ଗତକାଲି କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ଜମନକିରା ଅଞ୍ଚଳରେ ଦଳର ମିଶ୍ରଣ ପର୍ବ ହୋଇଥିବା ବେଳେ ଆଜି ରେଙ୍ଗାଲିରେ କର୍ମୀ ସମ୍ମିଳନୀରେ ବବିଙ୍କ ସମେତ ମନ୍ତ୍ରୀ ନବ ଦାସ ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ଗତ ୨୦୧୭ ପରାଜୟର ପ୍ରତିଶୋଧ ନେବାକୁ ଆହ୍ବାନ ଦେଇଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ବିକାଶ କାମର ପ୍ରଚାର ସାଙ୍ଗକୁ ଏଫସିଆଇର ଚାଷମାରଣ ନୀତି ସମେତ କେନ୍ଦ୍ରର ବେମାତୃକ ମନୋଭାବକୁ ଲୋକଙ୍କ ପାଖକୁ ନେବାକୁ ଆହ୍ବାନ ଦିଆଯାଇଛି।

ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲାରେ କଂଗ୍ରେସ ପରିଷଦ ଗଠନ କରିଥିବା ବେଳେ ଅନ୍ୟ ସବୁଠି ବିଜେପି ସଫଳତା ହାସଲ କରିଥିଲା। ହେଲେ ସାରା ରାଜ୍ୟରେ ସବୁ ନିର୍ବାଚନରେ ବିଜୟର ବାନା ଉଡାଇ ଚାଲିଥିବା ବିଜେଡିକୁ ଏଠି ପରାଜୟ ଭୋଗିବାକୁ ପଡିଥିଲା। ତେବେ, ଗତ ନିର୍ବାଚନ ବେଳେ ଛତିଶଗଡି ବିଜେପି ନେତା ପଶ୍ଚିମ ଓଡିଶାରେ ବିପୁଳ ମାତ୍ରାରେ କଳାଟଙ୍କା ବଣ୍ଟନ କରି ଜନମତକୁ ପ୍ରଭାବିତ କରିଥିବା ନେଇ ଚର୍ଚ୍ଚ। ହୋଇଥିଲା। ଏପରିକି ବିଭିନ୍ନ ସ୍ଥାନରେ କଳା ଟଙ୍କା ସହ ଛତିଶଗଡି ନେତା ଗିରଫ ହେବା ଘଟଣା ଏହି ଚର୍ଚ୍ଚ।କୁ ଖୋରାକ୍ ଦେଇଥିଲା। ହେଲେ ବର୍ତ୍ତମାନ ସ୍ଥିତି ସଂପୂର୍ଣ ବଦଳି ଯାଇଛି। ଏବେ ଛତିଶଗଡରେ କଂଗ୍ରେସ ସରକାର ଥିବାରୁ ସେଠାରେ ବିଜେପିର ସଂଗଠନ ପୁରା ଦୁର୍ବଳ ହୋଇପଡିଛି। ଫଳରେ ସେଠାରୁ ପଶ୍ଚିମ ଓଡିଶା ବିଜେପିକୁ ଆଉ ସହଯୋଗ ମିଳିପାରୁନାହିଁ।

ଅପରପକ୍ଷେ, ଗତ ୨୦୧୭ରେ ଜିଲ୍ଲା ପରିଷଦରୁ ଆରମ୍ଭ କରି ବହୁ ସଂଖ୍ୟାରେ ପଞ୍ଚାୟତ ସମିତି ଦଖଲ କରିଥିବା ବିଜେପି ୨୦୧୯ରେ ବି ପଶ୍ଚିମ ଓଡିଶାର ସମସ୍ତ ୫ଟି ଲୋକସଭା ଆସନ ବି ଦଖଲକୁ ନେଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ଏହି ଦଳ ଲୋକଙ୍କ ସ୍ବାର୍ଥ ସଂପର୍କିତ ଗୋଟିଏ ବି ଜନହିତକର କାମ କରିନଥିବାରୁ ବର୍ତ୍ତମାନ ଦଳୀୟ ନେତା ଲୋକଙ୍କ ପ୍ରଶ୍ନବାଣର ଶିକାର ହେବାରେ ଲାଗିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ପେଟ୍ରୋଲ, ଡିଜେଲ ଦରରୁ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଥିବା ବେଳେ ପଶ୍ଚିମ ଓଡିଶାରୁ ଗୋଟିଏ ପରେ ଗୋଟିଏ କେନ୍ଦ୍ରୀୟ ଅନୁଷ୍ଠାନ କରଛଡା ଦେଇ ଆସୁଛନ୍ତି। ଏହାର ପ୍ରତିବାଦରେ ଜନ ଆନ୍ଦୋଳନ ମୁଣ୍ଡ ଟେକୁଛି। ଆଉ ଏହା ବର୍ତ୍ତମାନ ନିର୍ବାଚନରେ ବିଜେଡିକୁ ସୁହାଉଥିବା ବେଳେ ବିଜେପି ନେତାଙ୍କୁ ଅଡୁଆରେ ପକାଉଛି।

Comments are closed.