ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଆଉ ଜଣେ ପଦସ୍ଥ ସରକାରୀ ଅଧିକାରୀ, ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଭିଡିଲାନ୍ସ ଚଢାଉ

ସୁନ୍ଦରଗଡ – ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱରର ନୟାପଲ୍ଲୀ, ସୁନ୍ଦରଗଡ ଓ ଜଗତସିଂହପୁରରେ ଚଢାଉ ଜାରି ରହିଛି । ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି । ଭୁବନେଶ୍ୱର ବାଲିଅନ୍ତାର ରୁଦ୍ରପୁରରେ ଥିବା ତାଙ୍କ ଘର, ନୟାପଲ୍ଲୀରେ ଥିବା ଫ୍ଲାଟ୍ , ଜଗତସିଂହପୁର ଜିଲ୍ଲା ରଘୁନାଥପୁର ରେଢୁଆରେ ଥିବା ପୈତୃକ ଘର, ଜଗତସିଂହପୁର ଜିଲ୍ଲା ମଣିଜଙ୍ଗ ଥାନା ଅନ୍ତର୍ଗତ ଜଡାଟୀର ଗାଁରେ ଥିବା ସଂପର୍କୀୟଙ୍କ ଘର, ସୁନ୍ଦରଗଡ ସହରର ସରକାରୀ ବାସଭବନ, ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସରେ ଥିବା ତାଙ୍କର ପ୍ରକୋଷ୍ଠ ଓ ରାଜଗାଙ୍ଗପୁରରେ ତାଙ୍କ ସଂପର୍କୀୟଙ୍କ ବାସଭବନରେ ଚଢାଉ ଚାଲିଛି ।

Comments are closed.