କାଲି ପ୍ରଥମ ପର୍ଯ୍ୟାୟ ଗାଁ ଭୋଟ୍ : ୭୧ଟି ବ୍ଲକରେ ୧୬୬୯ଟି ଗ୍ରାମ ପଂଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟ୍‌

ଭୁବନେଶ୍ୱର- ର।ଜ୍ୟରେ ୫ ପର୍ଯ୍ୟାୟ ପଂଚାୟତ ନିର୍ବାଚନର ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ । କୋଭିଡ କଟକଣା ମଧ୍ୟରେ ହେବ ଭୋଟ୍ ଗ୍ରହଣ । ସବୁ ଜିଲ୍ଲାରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାଲି ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ହେବ ମତଦାନ । ୧୬୬୯ଟି ଗ୍ରାମ ପଂଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ କରାଯିବ । ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି ।

ସକାଳ ୭ରୁ ଦିନ ଗୋଟାଏ ଯାଏ ଭୋଟ ଗ୍ରହଣ ହେବ । ୨୨ ହଜାର ୩୭୯ ବୁଥରେ ଭୋଟ୍ ଦେବେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ୩୩୫୭ଟି ବୁଥ୍ ଉତ୍ତେଜନା ପ୍ରବଣ ରହିଛି ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୩୭ ହଜାର ୨୪୫ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ୨୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଭୋଟ୍ ଦେବା ପାଇଁ ୱାର୍ଡୱାରୀ ଭୋଟର ତାଲିକାରେ ନାଁ ଥିବା ଜରୁରୀ ।

Comments are closed.