ଭୋଟର ପରିଚୟ ପତ୍ର ନ ଥିଲେ ବି ଅନ୍ୟ ପ୍ରମାଣପତ୍ର ଦେଖାଇ ଦେଇ ହେବ ଭୋଟ୍‌

ଭୁବନେଶ୍ୱର – ପଂଚାୟତ ନିର୍ବାଚନରେ ଭୋଟର ପରିଚୟ ପତ୍ର ନ ଥାଇ ବି ଜଣେ ବୈଧ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ଭୋଟର ପରିଚୟ ପତ୍ର ନ ଥିଲେ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମୋଦିତ ଅନ୍ୟ ୧୩ଟି ପ୍ରମାଣପତ୍ରରୁ ଗୋଟିଏ ଦେଖାଇ ଜଣେ ଭୋଟ୍ ଦେଇପାରିବ । ସେଗୁଡିକ ହେଲା – ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନସ, ସରକାରୀ ପିଏସୟୁ କର୍ମଚାରୀଙ୍କୁ ଜାରି କରାଯାଇଥିବା ଫଟୋ ଆଇଡି କାର୍ଡ, ପାସ୍ ବୁକ୍ ( ପୋଷ୍ଟ ଅଫିସରୁ ଫଟୋ ସହ ଜାରି କରାଯାଇଥିବା ), ପାନ୍ କାର୍ଡ, ମନରେଗା ଜବ୍ କାର୍ଡ, ଫଟୋ ସହ ଭତ୍ତା ପ୍ରମାଣପତ୍ର, ଆରଜିଆଇଙ୍କ ଦ୍ୱାରା ଜାରି କରାଯାଇଥିବା ସ୍ମାର୍ଟ କାର୍ଡ , ବିଧାୟକ ଓ ସାଂସଦଙ୍କୁ ଜାରି ହୋଇଥିବା ଆଇଡି କାର୍ଡ, ଦିବ୍ୟାଙ୍କ ପ୍ରମାଣପତ୍ର, ସ୍ୱାଧୀନତା ସଂଗ୍ରାମୀ କାର୍ଡ ଓ ଭୋଟରଙ୍କ ପରିଚୟ ଦର୍ଶାଉଥିବା ପ୍ରମାଣପତ୍ର, ଯାହା ପ୍ରିଜାଇଡିଂ ଅଫିସରଙ୍କ ଦ୍ୱାରା ଅନୁମୋଦନ ହୋଇଥିବ ।

Comments are closed.