୪ ଜିଲ୍ଲାର ୨୫ ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର- ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଦେଇଛନ୍ତି ଯେ, କାଲି ଏହି ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ଭୋଟ ଗ୍ରହଣ । ସେଥିରୁ ୩ ହଜାର ୬୫ଟି ବୁଥ୍ ସମ୍ବେଦନଶୀଳ ବୋଲି କମିଶନର କହିଛନ୍ତି । ୪ ଟି ଜିଲ୍ଲାରେ ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି ।

ଯାଜପୁର ଜିଲ୍ଲାରେ ୧୧, ପୁରୀରେ ୫, ଢେଙ୍କାନାଳରେ ୪,ଭଦ୍ରକରେ ୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ରାଜ୍ୟ ନିର୍ବାଚନ କମିଶନ ପୁନଃ ମତଦାନ ନେଇ ତର୍ଜମା କରୁଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ନେଇ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି କମିଶନ।

Comments are closed.