ପଞ୍ଚାୟତ ନିର୍ବାଚନରେ ଉତ୍ସାହର ସହ ଭାଗ ନେଲେ କୋଟିଆବାସୀ

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନରେ ଉତ୍ସାହର ସହ ଭାଗ ନେଇଛନ୍ତି କୋଟିଆବାସୀ । ଏଠାରେ ଆଜି ୬୫ ପ୍ରତିଶତ ମତଦାନ ହୋଇଛି ।
ଓଡ଼ିଶା ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମେତ କୋଟିଆରେ ମଧ୍ୟ ଆଜି ମତଦାନ ହୋଇଥିଲା।
କୋଟିଆରେ ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୬୫ ପ୍ରତିଶତ ମତଦାନ ହୋଇଛି। ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। ଅତିିରିକ୍ତ ଏସପି ଉତ୍କଳ ଦାସ ଏହି ସୂଚନା ଦେଇଛନ୍ତି। ସେହିପରି ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ କହିଛନ୍ତି, ଆନ୍ଧ୍ରର ସବୁ ପ୍ରକାରର ଷଡ଼ଯନ୍ତ୍ର ଫେଲ୍‌ ହୋଇଛି। ସରକାର ଓ ସ୍ଥାନୀୟ ପ୍ରଶାସନ ପଞ୍ଚାୟତ ନିର୍ବାଚନକୁ ସଫଳ କରିପାରିଛନ୍ତି।

Comments are closed.