ଦ୍ଵିତୀୟ ଦିନ ଗଣତି : ଗଞ୍ଜାମରେ ୧୬ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ

ଭୁବନେଶ୍ୱର- ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ଦିନ ପଞ୍ଚାୟତ ଭୋଟ ଗଣତି ଜାରି ରହିଛି । ଆଜି ୧୭ଟି ଜିଲ୍ଲା ପରିଷଦ ଜୋନରେ ଗଣତି ଚାଲିଛି । ବିଜେଡି ୧୬ଟି ଜୋନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏରେ ଆଗୁଆ ରହିଛି ।

ପାତ୍ରପୁର-୩୩ରେ ବିଜେଡିର ଯଶୋଦା ଶବର, ସୋରଡ଼ା-୬୪ରେ ବିଜେଡିର ରାମ ଶବର ଓ ବେଲଗୁଣ୍ଠା-୪୮ରେ ବିଜେଡିର ପଞ୍ଚାନନ ନାୟକ ଆଗୁଆ ରହିଛନ୍ତି ସାନଖେମୁଣ୍ଡି-୬୦ରେ କଂଗ୍ରେସର ଶ୍ରଦ୍ଧାଞ୍ଜଳି ଗୌଡ଼, ପୋଲସରା-୩୮ରେ ବିଜେଡିର ଝୁନୁ ଦାସ, ଚିକିଟି-୧୭ରେ ବିଜେଡିର ଏମ୍. ନାଗରାଜୁ, ଛତ୍ରପୁର-୨୦ରେ ବିଜେଡିର ଏମ୍. ଧନଞ୍ଜୟ ରେଡ୍ଡୀ ଓ ଶେରଗଡ଼-୫୭ରେ ବିଜେଡିର ନିବେଦିତା ପ୍ରଧାନ ଆଗୁଆ ରହିଥିବା ବେଳେ
ଧରାକୋଟ-୩୦ରେ ବିଜେଡିର ଟୁକୁନା ଗୌଡ଼, ଖଲିକୋଟ-୧୨ରେ ବିଜେଡିର ଚନ୍ଦନା କୁମାର ସେଠୀ, ଭଂଜନଗର-୫୧ରେ ବିଜେଡିର ଜିତେନ୍ଦ୍ର ଆରୁଖ ଓ ଜଗନ୍ନାଥପ୍ରସାଦ-୨୩ରେ ବିଜେଡିର ସୁମିତ୍ରା ପ୍ରଧାନ ଆଗୁଆ ରହିଛନ୍ତି ।

ରଂଗେଇଲୁଣ୍ଡା ଜୋନ୍-୫୪ରେ ବିଜେଡିର ଦୀପକ ସାମନ୍ତ, ଗଂଜାମ-୧୫ରେ ବିଜେଡିର ସନାତନ ବେହେରା, ଦିଗପହଣ୍ଡି-୨୬ରେ ବିଜେଡିର ବିପିନ ପ୍ରଧାନ, ବେଗୁନିଆପଡ଼ା-୪୫ରେ ବିଜେଡିର ମଧୁମିତା ସାହୁ ଓ ପୁରୁଷୋତ୍ତମପୁର-୩୬ରେ ବିଜେଡିର ଭଜମନ ବେହେରା ଆଗୁଆ ରହିଛନ୍ତି ।

Comments are closed.