ବୁଖାରେଷ୍ଟରୁ ଆଉ ୧୯୮ ଭାରତୀୟଙ୍କୁ ନେଇ ଦିଲ୍ଲୀ ଆସୁଛି ଚତୁର୍ଥ ବିମାନ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଆଉ ୧୯୮ ଜଣ ଭାରତୀୟ ନାଗରିକଙ୍କୁ ନେଇ ଚତୁର୍ଥ ବିମାନ ରବିବାର ଭାରତ ଅଭିମୁଖେ ଯାତ୍ରା କରିଛି।

ଏହା ପୂର୍ବରୁ ୟୁକ୍ରେନରେ ଫସି ରହିଥିବା ୨୪୦ ଭାରତୀୟ ନାଗରିକଙ୍କୁ ନେଇ ବୁଦାପେଷ୍ଟରୁ ତୃତୀୟ ବିମାନ ମଧ୍ୟ ରବିବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି | ଯୁଦ୍ଧର ଚତୁର୍ଥ ଦିନରେ ମଧ୍ୟ ଘମାଘୋଟ ସଂଘର୍ଷ ଜାରି ରହିଛି। ଏଭଳି ପରିସ୍ଥିତିରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାକୁ ଭାରତ ଯଥାସମ୍ଭବ ପ୍ରୟାସ ଜାରି କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ଏହି ମିଶନକୁ ‘ଅପରେସନ୍ ଗଙ୍ଗା’ ନାମ ଦେଇଛନ୍ତି।

ଆଜି ଭୋର୍ ୟୁକ୍ରେନରେ ଫସି ରହିଥିବା ୨୫୦ ଜଣ ଭାରତୀୟ ନାଗରିକଙ୍କୁ ରୋମାନିଆର ରାଜଧାନୀରୁ ନେଇ ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ ରବିବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା।

ରୁଷର ଆକ୍ରମଣ ଯୋଗୁଁ ଫେବୃଆରୀ ୨୪ ଠାରୁ ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ୍ର ଆକାଶ ସୀମା ବନ୍ଦ ରହିଛି। ତେଣୁ ବୁଖାରେଷ୍ଟ ଏବଂ ବୁଦାପେଷ୍ଟରୁ ବିମାନ ଚଳାଚଳ କରୁଛି |

Comments are closed.