ନିଜର ହିଁ ରେକର୍ଡ଼ ଭାଙ୍ଗିଲା ବିଜେଡି

ଭୁବନେଶ୍ୱର – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକତରଫା ଓ ବିପୁଳ ବିଜୟ ହୋଇଛି । ୨୦୧୨ରେ ଜିତିଥିବା ଆସନଠାରୁ ଏଥର ଅଧିକ ଆସନ ଜିତି ରେକର୍ଡ କରିଛି ଶାସକ ଦଳ । ଘୋଷିତ ୮୨୯ ଜିଲ୍ଲା ପରିଷଦ ଜୋନରୁ ୭୪୩ଟିରେ ବିଜେଡି ବିଜୟୀ ହୋଇଛି । ବିଜେପି ୪୨ ଓ କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛନ୍ତି । ସ୍ୱାଧୀନ ୩ ଓ ଅନ୍ୟାନ୍ୟ ଦଳ ସପକ୍ଷରେ ୪ ଜୋନ୍ ଯାଇଛି । ସବୁ ଜିଲ୍ଲାରେ ପରିଷଦ ଗଠନ କରିବ ବିଜେଡି । ୨୦୧୨ ନିର୍ବାଚନରେ ବିଜେଡି ୬୫୧ ଜିଲ୍ଲା ପରିଷଦ ଆସନରେ କବଜା କରି ଥିଲା ।

Comments are closed.