ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା । ପରାଜିତ ଗୋଷ୍ଠୀର ଆକ୍ରମଣରେ ବିଜୟୀ ଗୋଷ୍ଠୀର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆସିକା ବ୍ଲକ କେନ୍ଦୁପଦର କଲେଜ ନିକଟରେ ହୋଇଛି ଏହି ସଂଘବଦ୍ଧ ଆକ୍ରମଣ । ଏଥିରେ କେନ୍ଦୁପଦର ଗାଁର ବୁଲୁ ସ୍ୱାଇଁ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି । ଅବିନାଶ ବରଡ, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ବଳରାମ ପଲାଇ ଗୁରୁତର ଆହତ ହୋଇ ଆସିକା ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଅବିନାଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ପୋଲିସ ଦ୍ବାରା ୧୦ଟି ଭଙ୍ଗା ଗାଡି ଜବତ ହେବା ସହ ୧୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି ।  ବୁଗୁଡ଼ା, ଗାଙ୍ଗପୁର ଓ ବାଲିପଦର ପୋଲିସ ତଦନ୍ତ ଜାରି ରଖିଛନ୍ତି ।

Comments are closed.