ରାଜ୍ୟର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ବଲାଙ୍ଗୀର ଉତ୍ତପ୍ତ ସହର

ଭୁବନେଶ୍ୱର- ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁଛି । ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ବଲାଙ୍ଗୀର ହୋଇଛି ରାଜ୍ୟର ଉତ୍ତପ୍ତ ସହର । ବଲାଙ୍ଗୀରର ତାପମାତ୍ରା ୪୦ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଟିଟିଲାଗଡରେ ତାପମାତ୍ରା ୪୦ ଦଶମିକ ୨, ଅନୁଗୁଳରେ ୪୦ ଡିଗ୍ରୀ ସେଲସିୟସ ଥିଲା । ଆଜି ୧୨ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ଥିଲା ।

ଝାରସୁଗୁଡ଼ାରେ ତାତି ୩୯.୬ ଡିଗ୍ରୀ ଥିଲା ବେଳେ ବାରିପଦାରେ ୩୯.୪; ସମ୍ବଲପୁରରେ, ସୋନପୁର ଓ ବୌଦ୍ଧରେ ୩୯ ଡିଗ୍ରୀ, ଭବାନୀପାଟଣାରେ ୩୮.୫, ଭଦ୍ରକ ଓ ଯାଜପୁରରେ ୩୮.୨, ହୀରାକୁଦ ୩୮.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

କଟକ, ସୁନ୍ଦରଗଡ଼ ଓ ତାଳଚେର ୩୮ ଏବଂ ଭୁବନେଶ୍ବରରେ ତାପମାତ୍ରା ୩୭.୬ ଡିଗ୍ରୀ ରହିଛି ।

Comments are closed.