ଗଛରେ ପିଟି ହେଲା କାର୍ , ୨ ମୃତ, ୨ ଗୁରୁତର

ନବରଙ୍ଗପୁର- ନବରଙ୍ଗପୁର କୁର୍ଲୁ ଘାଟି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । କାର୍ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । କାରଟି ଖାତିଗୁଡାରୁ ନବରଙ୍ଗପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା ।

Comments are closed.