ପୋଲସରା ଅଞ୍ଚଳରେ ଯୁବକଙ୍କୁ ବୀଭତ୍ସ ହତ୍ୟା

ପୋଲସରା- ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ରାଜନୈତିକ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ମୁକ୍ତାମାଳାଦେଇପୁର ଶାସନ ଗ୍ରାମର ୨୯ ବର୍ଷିୟ ଅମିତ କୁମାର ଆଚାର୍ଯ୍ୟ ଙ୍କୁ ୫ ଜଣ ହତ୍ୟା କରିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ବନ୍ଥପାଲି ପଞ୍ଚାୟତର ପୁରୁଣା ପୋଖରୀ ନିକଟରେ ଗତକାଲି ରାତି ୧୧ଟା ସମୟରେ ଅମିତଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ବେକ କଟିଛି। ଏହାଛଡ଼ା ଅମିତଙ୍କ ପେଟ ଓ ଛାତିକୁ ମାରଣାସ୍ତ୍ରରେ ଭୁଷାଯାଇଥିବାର ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଅମିତଙ୍କ ବାଇକ୍ ପଡ଼ିଥିବା ବେଳେ ବିଲ ମଝିରୁ ତାଙ୍କ ମୃତଦେହ ଠାବ ହୋଇଥିଲା।
ରାଜନୈତିକ ଶତ୍ରୁତା ଯୋଗୁ ଅମିତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ସକାଳେ ପୋଲସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ଏହାସହ ଫରେନସିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ନେଇ ତଦନ୍ତ ଚଳାଇଛି ପୋଲିସ।

Comments are closed.