ବାଇକକୁ ଧକ୍କା ଦେଲା ଡମ୍ଫର, ଛାତ୍ର ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଜନମୁରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ କଲେଜ ଛାତ୍ର ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇଥିବା ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି । ଡାକ୍ତର ଗୁରୁତର ଛାତ୍ରଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଛାତ୍ର ଦୁଇଜଣ ହେଲେ ସୁବର୍ଣ୍ଣପୁର ମଡେଲ ଡିଗ୍ରୀ କଲେଜର ଆଲୋକ ଖୁରା ଓ ମନୋଜ ଥାପା ବୋଲି ଜଣାପଡିଛି । ଆଲୋକ ଖୁରା ଦୁର୍ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ଜଣାପଡିଛି । ସଦର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଛାତ୍ର ଦୁଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦୁର୍ଘଟଣାର ଅଧିକ ଅନୁସନ୍ଧାନ କରୁଛି ।

Comments are closed.