୪୮ ଘଣ୍ଟା ମଧ୍ୟରେ ବାତ୍ୟା ଚିତ୍ର ସ୍ପଷ୍ଟ ହେବ

ଭୁବନେଶ୍ୱର – ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ବି ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଏବେ ବି ଅସ୍ପଷ୍ଟ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିବ । ଆଇଏମଡି ବାତ୍ୟା ଗତିପଥ ଉପରେ ନଜର ରଖିଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଅନେକ ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ସମୁଦ୍ରରେ ଦୁର୍ବଳ ହୋଇଯାଇଥାଏ, ଯାହା ବାତ୍ୟାର ରୂପ ନେଇପାରେ ନାହିଁ । ତେଣୁ ଏଥର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ କି ନାହିଁ ତାହା ଆଗାମୀ ୪୮ ଘଣ୍ଟା ଭିତରେ ଜଣାପଡିବ ବୋଲି ଉମାଶଙ୍କର ଦାସ କହିଛନ୍ତି ।

Comments are closed.