ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମୀକ୍ଷା ବୈଠକ

ଭୁବନେଶ୍ୱର- ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟାରେ ୧୮ ଜିଲ୍ଳାର ୨୦୯ ବ୍ଳକ୍ ଓ ୭୭ ପୌରାଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ସମସ୍ତ ବ୍ଳକ୍ ଏବଂ ପୌର ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ ଏବଂ ବର୍ଷାର ପରିମାଣ ମାପିବା ପାଇଁ ଯନ୍ତ୍ର ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ଅଶ୍ରୟସ୍ଥଳୀକୁ କେମିତି ଲୋକଙ୍କୁ ସ୍ଥାନାନ୍ତର କରାଯିବ ଏବଂ ବିଦ୍ୟୁତ, ପିଇବା ପାଣି, ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯିବ ସେ ନେଇ ପ୍ରସ୍ତୁତି କରାଯାଇଛି। ଖାଲୁଆ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ପମ୍ପସେଟ୍ ବ୍ୟବସ୍ଥା ହୋଇଛି। ବାତ୍ୟା ପାଇଁ ପିଇବା ପାଣି ପାଇଁ ଯେମିତି ଅସୁବିଧା ନ ହୁଏ, ସେଥିପାଇଁ ଟ୍ୟାଙ୍କର ବ୍ୟବସ୍ଥା ହୋଇଛି। ବିଦ୍ୟୁତ କଟିଲେ ଜେନେରେଟର ଯୋଗାଡ଼ କରି ରଖାହେବ।

Comments are closed.