ଦୁର୍ବୃତ୍ତ ଜାଳି ଦେଲେ ୮ କାର୍

ପାରଳାଖେମୁଣ୍ଡି: ରବିବାର ମଧ୍ୟରାତ୍ରରେ ପାରଳାଖେମୁଣ୍ଡି ସହରରେ ଅଜଣା ଦୁର୍ବୃତ୍ତ ଆତଙ୍କ ସୃଷ୍ଟି କରିଛନ୍ତି। ସ୍ଥାନୀୟ ଟାଉନ୍ ହଲ୍ ନିକଟରେ ଥିବା ପ୍ରାୟ ୮ ଗୋଟି କାରରେ କେହି ଦୁର୍ବୃତ୍ତ ଏକାସାଙ୍ଗରେ ନିଆଁ ଲଗାଇ ଦେଇଛି। ଫଳରେ ପ୍ରାୟ ୮ଟି କାର୍ ଜଳି ପୋଡ଼ି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଏକତ୍ର ଏତେ କାରରେ ନିଆଁ ସହ ଧୂଆଁ ଯୋଗୁଁ ଅଞ୍ଚଳରେ ଭୟଙ୍କର ଦୃଶ୍ୟ ସୃଷ୍ଟି ହୋଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ରାତିରେ ଅନେକ ପରିଶ୍ରମ କରି ନିଆଁ ଲିଭାଇଛନ୍ତିି। ଶାନ୍ତଶିଷ୍ଟ ସହରରେ ଏଭଳି ରାତି ଅଧିଆ କାଣ୍ଡ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

Comments are closed.