ଜୁନରେ ରାଜ୍ୟରେ ଭଲ ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ୱର – ଓଡ଼ିଶାରେ ଜୁନ ମାସରେ ଭଲ ବର୍ଷା ହେବ । କିଛି ଅଞ୍ଚଳରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଉତ୍ତର ଓ କେନ୍ଦ୍ର ଓଡ଼ିଶାରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାରେ କେବେ ମୌସୁମି ପହଞ୍ଚିବ ସଠିକ ଆକଳନ ହୋଇନି ବୋଲି ପାଣିପାଗ ବିଭାଗ କହିଛି ।ସାଧାରଣତଃ ଜୁନ ୧୨ରୁ ୧୫ ଭିତରେ ଓଡ଼ିଶା ଛୁଇଁଥାଏ ମୌସୁମି ।
କେରଳ ପରେ ତାମିଲନାଡୁରେ ପହଞ୍ଚି ସାରିଛି ।

Comments are closed.