ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବହୁବିଧି ବିନୟ କୀହ୍ନ ତେହି କାଲା । ପ୍ରଗଟେଉ ପ୍ରଭୁ କୌତୁକୀ କୃପାଲା ॥ ପ୍ରଭୁ ବିଲୋକି ମୁନି ନୟନ ଜୁଡାନେ । ହୋଇହି କାଜୁ ହିଏଁ ହରଷାନେ ॥

ଭାବାର୍ଥ :-ସେହି ସମୟରେ ନାରଦ ମୁନି ଭଗବାନଙ୍କୁ ସ୍ମରଣକରି ବହୁ ପ୍ରକାରରେ ବିନତି କଲେ। ତା’ପରେ ଲୀଳାମୟ କୃପାଳୁ ପ୍ରଭୁ ସେଠାରେ ପ୍ରକଟ ହୋଇଗଲେ । ସମ୍ମୁଖରେ ନିଜ ପ୍ରଭୁଙ୍କୁ ଦେଖି ନାରଦ ମୁନିଙ୍କର ନେତ୍ର ଶୀତଳ ହୋଇଗଲା ଆଉ ସେ ମନରେ ବହୁତ ଖୁସି ହୋଇଗଲେ କି ଏବେ ତାଙ୍କ କାର୍ଯ୍ୟ ନିଶ୍ଚିତ ହୋଇଯିବ ।

Comments are closed.