ରଥ ନିର୍ମାଣର ଇତିବୃତ୍ତି: ଆଜି ଜାଣିବା ଦେବୀସୁଭଦ୍ରାଙ୍କ ଦର୍ପଦଳନ ରଥ ସମ୍ପର୍କରେ

ଦେବୀସୁଭଦ୍ରାଙ୍କ ରଥର ନାମ ହେଉଛି ‘ଦେବଦଳନ’। ଏହି ଦେବଦଳନ ରଥକୁ ମଧ୍ୟ ଦର୍ପଦଳନ , ଏବଂ ପଦ୍ମଧ୍ୱଜ (କମଳ ଧ୍ୱଜ) ନାମରେ ଶାସ୍ତ୍ରରେ ବର୍ଣ୍ଣନା ରହିଛି।

ରଥର ଉଚ୍ଚତା-୪୪ଫୁଟ୬ ଇଂଚ (ପୂର୍ବ ଉଚ୍ଚତା ୨୧ ହାତ)
ରଥାଧିପ ହେଉଛନ୍ତି – ଜୟଦୁର୍ଗା
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୧୧ ଖଣ୍ଡ
ରଥ ଚକର ସଂଖ୍ୟା- ସମୁଦାୟ ୧୨
ରଥ ଧ୍ୱଜାରେ ଅବସ୍ଥାନ କରିଥାନ୍ତି – ତ୍ରିପୁର ସୁନ୍ଦରୀ
ରଥର ଆବାରଣ-କୃଷ୍ଣ ଓ ଲୋହିତ ବର୍ଣ୍ଣ
ରଥର ଆୟୁଧ ହେଉଛନ୍ତି -ପଦ୍ମ କହ୍ନାର
ରଥର ସାରଥୀ ନାମ- ଅର୍ଜୁନ
ରଥ ପୀଠର ନାମ- କାମ୍ପଲ୍ୟ
ରଥ ଅଶ୍ୱର ବର୍ଣ୍ଣ- ରକ୍ତ ବର୍ଣ୍ଣା (ନାଲି)
ରଥ ରକ୍ଷୟତ୍ରୀ- ଉଗ୍ରଚଣ୍ଡି
ରଥ ଋଷି- ଯାଜ୍ଞ ବଳକ୍ୟ
ରଥ ମୁଖ ବା ମୁର୍ଦ୍ଧାରେ- ବ୍ରହ୍ମବର୍ତ୍ତା
ରଥାଧିଶ୍ୱରୀ- ଜୟଦୁର୍ଗା
ରଥ ଅଧିଶ୍ୱର ଦେବତା- ଶ୍ରୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ
ରଥ ଦେବୀ- ଶ୍ରୀ ଓ ଭୂ
ରଥ ଯକ୍ଷ- କିଂଜ୍ୱଳିକା
ଭୈରବ- କ୍ଷେତ୍ରପାଳ
ରଥ ଶିରରେ- ଅନନ୍ତ ନାଗ
ରଥର ଅଶ୍ୱସଂଖ୍ୟା – ୪ । ସେମାନଙ୍କ ନାମ ହେଉଛି(ରୋଚିକା, ମୋଚିକା, ଜିତା ଅପରାଜିତା)
ରଥ ଗନ୍ଧର୍ବ- ହା, ହା
ରଥ କୁମ୍ଭ- ଅମୃତ, ଜୀବା, କାୟା
ରଥର ଦ୍ୱାରପାଳ-ଗଙ୍ଗା ଓ ଯମୁନା
ରଥର ଋଷି ପଟାରେ- ଭୃଗୁ, ସୁପ୍ରଭା ବଜ୍ର, ଶୃଙ୍ଗୀ,ଧ୍ରୃବ, ଉଲ୍ଲୁକ ଓ ପ୍ରବର୍ତ୍ତକ ଋଷି ମଣ୍ଡଳ
ରଥ ଦଧିନଉତିର ନାମ- ହିରଣ୍ମୟୀ
ରଥର ଗର୍ଭାଧ୍ୱୀଶ୍ୱରୀ ଶକ୍ତି- ଶକ୍ତିସପ୍ତା, ଜୟା, ବିଜୟା, ଘୋଡରା, ଅଘୋରା, ସୂକ୍ଷ୍ମା ଓ ଜ୍ଞାନା
ରଥର ଯୁଗଳ ଶୁକର ନାମ- ସୁପର୍ଣ୍ଣ ଓ ଦ୍ୱାସୁପର୍ଣ୍ଣ
ରଥ ରତ୍ନ- ମାଣିକ୍ୟ
ରଥ ଚଳ୍ରର ନାମ-ଦିପ୍ତ
ଚକ୍ର ଉପରିସ୍ଥ ନେତର ନାମ- ନାଦାମ୍ବିକା
ରଥକାର- କାଳନେମୀ
କଳସ ଉପରେ ଥିବା ଶୂନ୍ୟ ଚକ୍ର-ଦୀପ୍ତ(ସୁଦର୍ଶନ)
ରଥ ଶକ୍ତି- ଚନ୍ଦ୍ର ଘଂଟା
ଦଧି ନଉତି ଉପରିସ୍ଥ କଳସତ୍ରୟର ନାମ- ପରା , ଅପରା ଓ ବୈଖାରୀ
ରଥରେ ବ୍ୟବହୃତ ଚନ୍ଦ୍ରତାପର ନାମ- ବୀର ଘଂଟା
ରଥ ଦଉଡିର ନାମ- ସ୍ୱର୍ଣ୍ଣଚୂତ ନାମକ ନାଗ
ରଥ ଚାମର ସେବା –ସୁମେଧା ଦେବୀ
ରଥପାଳ- ହରିହର
ପଦ୍ମଧ୍ୱଜ ରଥ ଦର୍ଶନରେ ମନୁଷ୍ୟର ଦର୍ପନାଶ ପୂର୍ବକ ସମସ୍ତ ରୋଗ ସନ୍ତାପ ନାଶ ହୋଇଥାଏ ବୋଲି ଶାସ୍ତ୍ରରେ ନିର୍ଦେଶ ରହିଛି ।

Comments are closed.