ରାଜ୍ୟରେ ଆଉ ୬୧ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର – ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୬ ଜଣ ସଙ୍ଗରୋଧରୁ ଓ ୨୫ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି । ଭଦ୍ରକ ଜିଲ୍ଲାରୁ ୧, ବଲାଙ୍ଗୀରରୁ ୧, କଟକରୁ ୭, ଜଗତସିଂହପୁରରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬, ପୁରୀରୁ ୧, ରାୟଗଡାରୁ ୧, ସୁନ୍ଦରଗଡରୁ ୫ ଓ ଷ୍ଟେଟପୁଲରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୧୨୯ରେ ପହଞ୍ଚିଛି ।

Comments are closed.