ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଛି । ଜଣେ ୨୬ ବର୍ଷ ବୟସ୍କା ମହିଳାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଛି। ତେବେ ମାଧବନ ଏହି ଅଭିଯୋଗକୁ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏପରି ଅଭିଯୋଗ ତାଙ୍କ ଛବି ଖରାପ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

ପୋଲିସର କହିବାନୁସାରେ, ଚାକିରି ଏବଂ ବିବାହର ପ୍ରତିଶ୍ରୁତି ଦେଇ ମାଧବନ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏ ବିଷୟରେ ପାଟି ଖୋଲିଲେ ଭୟଙ୍କର ପରିଣାମ ନେଇ ମଧ୍ୟ ପୀଡ଼ିତା ମହିଳାଙ୍କୁ ଚେତାବନୀ ଦିଆଯାଇଛି ।

ଦ୍ୱାରକା ଡେପୁଟି କମିଶନର (ଡିସିପି) ଏମ୍ ହର୍ଷ ଭର୍ଦ୍ଦନ କହିଛନ୍ତି ଯେ ଜୁନ୍ ୨୫ରେ ଉତ୍ତମ ନଗର ପୋଲିସ୍ ଥାନାରେ ଏନେଇ ଏକ ଅଭିଯୋଗ ହୋଇଥିଲା। ଆମେ ଏହି ମାମଲାର ତଦନ୍ତ କରୁଛୁ। ”

ସେ କହିଛନ୍ତି ଯେ ଜଣେ ବରିଷ୍ଠ ନେତାଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଥିବା ୭୧ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପୋଲିସ ଯାଞ୍ଚ କରୁଛି। ଯଦିଓ ଡେପୁଟି କମିଶନର ନେତାଙ୍କ ନାମ ନେଇ ନଥିଲେ, ତେବେ ମାଧବନଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି ବୋଲି ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି।

Comments are closed.