ନାଳରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର : ଉଲୁଣ୍ଡା ଥାନା ଅନ୍ତର୍ଗତ ଯଉଁରାଭଉଁରା ନିକଟ ବାକି ନାଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି l ମୃତକ ଜଣକ ହେଲେ ସନ୍ତୋଷ ପଧାନ l
ସୂଚନା ଅନୁସାରେ ଗତକାଲି ସନ୍ତୋଷ ବାକି ନାଳକୁ କୁଲାରୀ ସାଗ ତୋଳିବାକୁ ଯାଇଥିଲେ l ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ସନ୍ତୋଷ ଘରକୁ ଫେରିନଥିଲେ l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲାପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ l ଆଜି ସକାଳୁ ପରିବାର ଲୋକେ ଜଙ୍ଗଲରେ ଖୋଜାଖୋଜି କଲାପରେ ବାକି ନାଳରେ ସନ୍ତୋଷ ଙ୍କ ମୃତ ଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ l ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା l ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି l ତେବେ ସନ୍ତୋଷଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି l

Comments are closed.