ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ – ଅଣସର ଘରେ ବିଭିନ୍ନ ଗୋପନ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଖଡ଼ି ଲାଗି ସହ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୫ ଦିନର ଅଣସର ‌ଶେଷକରି ଆଜି ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି । ସକାଳ ୮ଟାରୁ ଦର୍ଶନ ଆରମ୍ଭ ହୋଇଛି । ଆଜି ମାତ୍ର ସାଢ଼େ ୬ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ବାକି ସମୟ ନୀତିକାନ୍ତି ପାଇଁ ବନ୍ଦ ରହିବ। ଅନ୍ୟପଟେ ଦୁଇବର୍ଷ ଧରି ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଥିବାରୁ ନ‌ବଯୌବନ ବେଶ ଦର୍ଶନ କରିବାକୁ ଅଧିକ ଭକ୍ତଙ୍କ ଭିଡ଼ ସମ୍ଭାବନା ଥିବାରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।

Comments are closed.