ଆଜି ଶ୍ରୀକ୍ଷେତ୍ରରେ ରଥ ଆଜ୍ଞାମାଳ ବିଜେ ନୀତି

ପୁରୀ – ଆଜି ଶ୍ରୀମନ୍ଦିରରେ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ରଥଖଳାରେ ପ୍ରସ୍ତୁତ ତିନିରଥକୁ ଆଜି ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବ। ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେପରେ ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ ଦେବେ। ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଚୂଡ଼ାନ୍ତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ରଥଯାତ୍ରାର ପୂର୍ବପ୍ରସ୍ତୁତି ଦୃଷ୍ଟିରୁ ଆଜି ଭକ୍ତଙ୍କ ପାଇଁ ମାତ୍ର ୫ ଘଣ୍ଟାର ଦର୍ଶନ ବ୍ୟବସ୍ଥା କରାଯାଇଛି।

Comments are closed.