ରାଜ୍ୟରେ ଆଉ ୨୪୫ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୩ ଓ ସ୍ଥାନୀୟ ଅଞ୍ଚଳରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧ ଜଣ ହେଉଛନ୍ତି ଶିଶୁ କିଶୋର ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୫, ଯାଜପୁରରୁ ୪୭, କଟକରୁ ୩୮, ସୁନ୍ଦରଗଡ଼ରୁ ୯, ମୟୂରଭଞ୍ଜରୁ ୭, ଝାରସୁଗୁଡ଼ାରୁ ୪, ବାଲେଶ୍ବରରୁ ୩, ସମ୍ବଲପୁରରୁ ୩, ଭଦ୍ରକରୁ ୨, କେନ୍ଦ୍ରାପଡ଼ାରୁ ୨, ନୟାଗଡ଼ରୁ ୨, ପୁରୀରୁ ୨, ବଲାଙ୍ଗୀର, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି ୨୮ ଆକ୍ରାନ୍ତ ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦
ହଜାର ୭୮୩କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୦ ହଜାର ୧୧୪ । ବର୍ତ୍ତମାନ ସକ୍ରିୟ ମାମଲା ୧ ହଜାର ୪୯୦କୁ ବୃଦ୍ଧି ପାଇଛି ।

Comments are closed.