ଲାଞ୍ଚ ନେବାବେଳେ ଥାନାବାବୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ନବରଙ୍ଗପୁର – ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ ଥାନା ବାବୁ । ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ ଥାନା ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ଗିରଫ ହୋଇଛନ୍ତି । ଏକ ପୁରୁଣା ମାମଲା କୋହଳ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଲିମରାଜଙ୍କୁ ମାଡ଼ି ବସିଥିବା ଭିଜିଲାନ୍ସ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Comments are closed.