ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସୁନି ମୁନି କଥା ପୁନୀତ ପୁରାନୀ ।
ଜୋ ଗିରିଜା ପ୍ରତି ସଂଭୁ ବଖାନୀ ॥
ବିସ୍ବ ବିଦିତ ଏକ କୈକୟ ଦେସୁ ।
ସତ୍ୟକେତୁ ତହଁ ବସଇ ନରେସୁ ॥

ଭାବାର୍ଥ :- ମହର୍ଷି ଜାଜ୍ଞବଳ୍କ୍ୟ, ଭରଦ୍ୱାଜ ମୁନିଙ୍କୁ କହିଲେ, ହେ ମୁନି ! ଏହି ପବିତ୍ର ଆଉ ବହୁ ପ୍ରାଚୀନ କଥାକୁ ଶୁଣ, ଯାହା ଶ୍ରୀଶିବ ମାତା ପାର୍ବତୀଙ୍କୁ କହିଥିଲେ । ଏହି ସଂସାରରେ କୈକେୟ ରାଜ୍ୟ ନାମରେ ଏକ ଦେଶ ଥିଲା । ସେହି ଦେଶରେ ସତ୍ୟକେତୁ ନାମରେ ଜଣେ ରାଜା ଥିଲେ ଆଉ ବହୁତ ଭଲ ରୂପେ ପ୍ରଜାପାଳନ କରୁଥିଲେ।

Comments are closed.