ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ନେତା ଜୱହିରି ନିହତ, ୯/୧୧ ଆକ୍ରମଣର ଥିଲା ଅନ୍ୟତମ ମାଷ୍ଟର ମାଇଣ୍ଡ

ୱାଶିଂଟନ – ନିହତ ହୋଇଛି ୯/୧୧ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଅଲକାଏଦା ନେତା ଆୟମନ ଅଲ୍ ଜୱହିରି । ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଜୱାହରି ନିହତ ହୋଇଛି । ଆମେରିକାର ସିଆଇଏ ଅଧିକାରୀମାନେଗଣମାଧ୍ୟମ ସଂସ୍ଥା ରଏଟରକୁ ଏହି ସୂଚନା ଦେଇଛନ୍ତି ବିଶ୍ବରେ ଆତଙ୍କ ଖେଳାଇ ଆସିଥିବା ଅଲ କାଏଦା ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ଓସାମା ବିନ ଲାଦେନ ୨୦୧୧ରେ ଆମେରିକାର ଆକ୍ରମଣରେ ନିହତ ହେବା ପରେ ଅଲକାଏଦା ସଂଗଠନ ପାଇଁ ଏହା ଆୟମାନ ଅଲ ଜୱାହିରି ଅଲକାଏଦା ସଂଗଠନର ନେତୃତ୍ବ ନେଇ ଏହାକୁ ମଜବୁତ କରିବା ପାଇଁ ଅଣ୍ଟା ଭିଡିଥିଲା। ତାକୁ ହତ୍ୟା କରିବା ପାଇଁ ପରେ ଆମେରିକା ପକ୍ଷରୁ ତାର ଠିକଣା ଖୋଜା ଯାଇଥିଲା।

ଜୱହିରିକୁ ଧରାଇଦେଲେ ବା ତା’ ବିଷୟରେ ସୂଚନା ଦେଲେ ୨୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ସେ ଆଫଗାନିସ୍ତାନରେ ଥିବା ତଥା ସେଠାରେ ରହି ଅଲକାଏଦା ସଂଗଠନକୁ ମଜବୁତ କରୁଥିବା ଜଣାପଡିବା ପରେ ଆମେରିକା ପକ୍ଷରୁ ଅଲକାଏଦାର ଆତଙ୍କବାଦୀମାନଙ୍କୁ ଦମନ ପାଇଁ ରବିବାରଠାରୁ ଆଫଗାନିସ୍ତାନ ରାଜଧାନୀ କାବୁଲର ସେରପୁର ଅଞ୍ଚଳରେ ଡ୍ରୋନ ଷ୍ଟ୍ରାଇକ ଅଭିଯାନ ଆରମ୍ଭ କରାଯାଇଥିଲା । ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଆମେରିକାର ଏଭଳି ହିଂସାତ୍ମକ କାର୍ଯ୍ୟର ଦୃଢ଼ ନିନ୍ଦା କରିବା ସହିତ ଏହା ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରିଛି ବୋଲି କହିଛନ୍ତି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଜୱହିରି ନିହତ ହେବା ଆତଙ୍କବାଦ ଦମନରେ ଏକ ବଡ ସଫଳତା।

Comments are closed.