ରାଜ୍ୟରେ ୮୩୬ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୩୬ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ଅଛନ୍ତି ୧୪୮ ଜଣ ୧୮ ବର୍ଷରୁ କମ ବୟସ୍କ। ସଂଗରୋଧରୁ ୪୯୦ ଓ ସ୍ଥାନୀୟ ଅଞ୍ଚଳରୁ ୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ଵରରୁ ୧୬, ବରଗଡ଼ରୁ ୪୭, ଭଦ୍ରକରୁ ୪, ବଲାଙ୍ଗୀରରୁ ୩୩, ବୈ।ଦ୍ଧରୁ ୨୩, କଟକରୁ ୩୪, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧, ଗଜପତିରୁ ୭, ଗଞ୍ଜାମରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୨୧, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୯୧, କୋରାପୁଟରୁ ୧୨, ମୟୂରଭଞ୍ଜରୁ ୭୨, ନବରଙ୍ଗପୁରରୁ ୩୨, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୧୪, ପୁରୀରୁ ୩, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୮୩, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୧୭୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୨୧ଟି ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ୬ ହଜାର ୫ ସକ୍ରିୟ ମାମଲା ରହିଛି।

Comments are closed.