ବିରଳ ପ୍ରଜାତିର ମାଛ ଚିହ୍ନଟ

ଗୋପାଳପୁର – ପାରାଦ୍ୱୀପ ସ୍ଥିତ ବଙ୍ଗୋପସାଗରରୁ ଏକ ନୂଆ ପ୍ରଜାତିର କୋଚିଆ ମାଛ – ରିଙ୍କୋକଂଗର ରାଣ୍ଡାଲି ଚିହ୍ନଟ କରାଯାଇଛି । ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ଏହି ନୂଆ ପ୍ରଜାତିର ମାଛ ଚିହ୍ନଟ କରାଯାଇଛି ବୋଲି ବୈଜ୍ଞାନିକ ଡକ୍ଟର ଅନିଲ ମହାପାତ୍ର ସୂଚନା ଦେଇଛନ୍ତି। ଗତ ୨୦୨୧ ମସିହାରେ ପାରାଦ୍ୱୀପ ମାଛ ଧରା କେନ୍ଦ୍ରରୁ ମସ୍ୟଜୀବୀମାନଙ୍କ ଦ୍ୱାରା ୨ ଟି କୋଚିଆ ମାଛ ୩୬-୪୦ ମିଟର ଗଭୀରରୁ ଉଦ୍ଧାର କରାଯାଇଥିଲା। ଯାହାକୁ ସ୍ୱରୂପ ରଞ୍ଜନ ମହାନ୍ତି ସେଠାରୁ ସଂଗ୍ରହ କରିଥିଲେ। ଏହାର ପରୀକ୍ଷା ନିରୀକ୍ଷା ନିମନ୍ତେ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରକୁ ପଠା ଯାଇଥିଲା। ଏହି ମାଛ କେନ୍ଦ୍ରକୁ ଆସିବା ପରେ କେନ୍ଦ୍ରର ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ଅବସରପ୍ରାପ୍ତ ବୈଜ୍ଞାନିକ ଶୁଭ୍ରେନ୍ଦୁ ଶେଖର ମିଶ୍ର, ବଜକୁଳ ମିଳନୀ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦୀପାଞ୍ଜନ ରାୟ ଏବଂ ସ୍ମୃତିରେଖା ଆଚାର୍ଯ୍ୟ ମିଳିତ ଭାବେ ଏହି ମାଛ ଉପରେ ଅଧିକ ଗବେଷଣା କରିଥିଲେ। ଏହାପୂର୍ବରୁ ଉଦ୍ଧାର କରାଯାଇଥିବା ସମ ପ୍ରଜାତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ନୂଆ ଏକ କୋଚିଆ ମାଛ ବୋଲି ଗବେଷଣା ପରେ ଜଣା ପଡିଥିଲା। ଏହାର ନାମକରଣ ଆମେରିକାର ପ୍ରସିଦ୍ଧ ମତ୍ସ୍ୟ ବିଜ୍ଞାନୀ ଜନ ଏରନେଷ୍ଟ ରାଣ୍ଡାଲଙ୍କ ନାମରେ ନାମିତ କରାଯାଇଥିଲା।

Comments are closed.