ସଲମାନ ରୁଶଦୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର, ଭେଣ୍ଟିଲେଟର ହଟିଲା

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ଲେଖକ ସଲମାନ ରୁଶଦୀଙ୍କ ସ୍ୱାସ୍ଥ୍ୟରେ ବର୍ତ୍ତମାନ ସୁଧାର ଆସୁଛି ଏବଂ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଇଛି।

ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଶଦୀଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରୁ ବାହାର କରାଯିବା ପରେ ସେ କଥା ହୋଇପାରୁଛନ୍ତି।

ବୁକର୍ ପୁରସ୍କାର ବିଜେତା ରୁଶଦୀଙ୍କୁ ଶୁକ୍ରବାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାକୁ ମଞ୍ଚକୁ ଯାଉଥିବା ବେଳେ ଜଣେ ୨୪ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ଏକ ଛୁରୀରେ ରୁଶଦୀଙ୍କୁ ୧୫ ରୁ ୨୦ ଥର ଆକ୍ରମଣ କରିଥିଲା ।।

ତାଙ୍କ ପୁସ୍ତକ ‘ଦି ସାଟାନିକ ଭର୍ସେସ୍’ ପାଇଁ ରୁଶଦୀଙ୍କୁ ଗତ ତିନି ବର୍ଷରୁ ଊର୍ଦ୍ଧ୍ବ ଦଶନ୍ଧି ଧରି ହତ୍ୟା ଧମକ ମିଳୁଛି ।

ଭାରତୀୟ ବଂଶୋଦ୍ଭବ ରୁଶଦୀଙ୍କ ଏଜେଣ୍ଟ ଆଣ୍ଡ୍ରିୟୁ ୱିଲିଙ୍କ ସୂଚନା ଅନୁଯାୟୀ, ସଲମାନଙ୍କୁ ଭେଣ୍ଟିଲେଟରରୁ ହଟାଇ ଦିଆଯାଇଛି। ଏହାପୂର୍ବରୁ ୱିଲି ଶନିବାର କହିଥିଲେ ଯେ ଆକ୍ରମଣ ଯୋଗୁଁ ରୁଶଦୀଙ୍କ ଯକୃତ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ ତାଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି।

ଆକ୍ରମଣକାରୀ ଜଣକ ନ୍ୟୁ ଜର୍ସିର ବାସିନ୍ଦା ହାଦି ମାତାର ବୋଲି ଜଣାପଡିଛି। ଆକ୍ରମଣକାରୀର ଇରାନ ସହ ସମ୍ପର୍କ ସାମ୍ନାକୁ ଆସିଛି । ତାକୁ ନ୍ୟୁୟର୍କ ପୋଲିସ ରିମାଣ୍ଡରେ ପଠାଯାଇଛି।

Comments are closed.