ଆଜି ୭୬ତମ ସ୍ୱାଧୀନତା ଦିବସ, ଐତିହାସିକ ଲାଲକିଲ୍ଲାରେ ମୁଖ୍ୟ ଉତ୍ସବ

ନୂଆଦିଲ୍ଲୀ- ଆଜି ଦେଶ ପାଳନ କରୁଛି ୭୬ତମ ସ୍ବାଧୀନତା ଦିବସ । ସାରାଦେଶରେ ସ୍ୱାଧୀନତା ଦିବସର ଉଲ୍ଲାସ । ରାଜଧାନୀ ଦିଲ୍ଲୀରେ ପାଳନ ହେବ ମୁଖ୍ୟ ଉତ୍ସବ । ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜିର କାର୍ଯ୍ୟକ୍ରମ ପାଇଁ ୧୦ ହଜାରରୁ ଅଧିକ ପୋଲିସ ଓ ସୁରକ୍ଷାକର୍ମୀ ନିୟୋଜିତ ହେବେ ।

ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବରେ ପ୍ରାୟ 7 ହଜାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ଛାତ୍ରଛାତ୍ରୀ ଯୋଗ ଦେବେ । ତେଣୁ ଲାଲକିଲ୍ଲାର 5 କିଲୋମିଟର ଅଞ୍ଚଳକୁ ନୋ-କିଟ୍ ଫ୍ଲାଇଙ୍ଗ୍ ଜୋନ୍ ଭାବରେ ଚିହ୍ନିତ କରାଯାଇଛି । ସେହିପରି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ତଥା ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଦ୍ବାରା ଆଣ୍ଟି ଡ୍ରୋନ୍ ସିଷ୍ଟମ ବ୍ୟବସ୍ଥା କରାଯାଇଛି ।

Comments are closed.