ଜାଲ୍‌ ଜାତିଗତ ପ୍ରମାଣପତ୍ର ମାମଲା: କ୍ରାଇମବ୍ରାଞ୍ଚ୍‌ ଡିଏସ୍‌ପିଙ୍କ ନାମରେ ମାମଲା ରୁଜୁ,  ଅଭିଯୋଗକାରୀଙ୍କ ବୟାନ ରେକର୍ଡ କଲେ ଏସଡ଼ିପିଓ

ବରଗଡ଼ : କ୍ରାଇମବ୍ରାଞ୍ଚ ଡିଏସ୍‌ପି ରମେଶଚନ୍ଦ୍ର ଦୋରା ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ତାଙ୍କ ନାମରେ ବରଗଡ଼ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।

ପୂର୍ବରୁ ଏହି ଘଟଣାକୁ ନେଇ ଆଇନଜୀବୀ ସୁରେନ୍ଦ୍ର ମହାପାତ୍ର ହାଇକୋର୍ଟରେ ଅପିଲ୍‌ କରିବାପରେ କ୍ରାଇମବ୍ରାଞ୍ଚ୍‌ର ଅତିରିକ୍ତ ଏସ୍‌ପିଙ୍କ ସହିତ ଦୁଇ ଜଣିଆ ଟିମ୍‌ ବରଗଡ଼ ତହସିଲ ଅଫିସ ପହଁଚି ଜାତିଗତ ପ୍ରମାଣପତ୍ର ନେଇ ତନାଘନା ଆରମ୍ଭ କରିଥିଲେ।

ତେବେ ମାମଲାଟି ଦିନକୁ ଦିନ ଗଡ଼ି ଚାଲିବାପରେ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବରଗଡ଼ ଟାଉନ ଥାନାରେ ପୂର୍ବତନ ସମ୍ବଲପୁର ଟାଉନ ଥାନା ଅଧିକାରୀ ତଥା ବର୍ତ୍ତମାନର କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶ୍ରୀ ଦୋରାଙ୍କ ନାମରେ ମାମଲା ରୁଜୁ ହୋଇଛି ।

ବରଗଡ଼ ଏସ୍‌ଡିପିଓ ଦୀପକ ଗୋଚ୍ଛାୟତ ଏହାର ତଦନ୍ତ କରୁଥିବା ବେଳେ ଆଜି ଅଭିଯୋଗକାରୀ ଆଇନଜୀବୀ ଶ୍ରୀ ମହାପାତ୍ରଙ୍କ ବୟାନ ରେକର୍ଡ କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ଶ୍ରୀଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସଇବିସି)ର ହୋଇଥିବା ବେଳେ ନିଜକୁ କଣ୍ଡ ଦୋରା (ତଫସିଲଭୁକ୍ତ ଜନଜାତି) ଦର୍ଶାଇ ଚାକିରି କରିଥିବା ନେଇ ଗତବର୍ଷ ହାଇକୋର୍ଟରେ ମାମଲା ହୋଇଥିଲା।

Comments are closed.