ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ : ବାଇକ ସହ ବହୁ ପରିମାଣର ଗଂଜେଇ ଜବତ କରିଛି ବୌଦ୍ଧ ପୋଲିସ । ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ବୌଦ୍ଧ ଥାନା ଅର୍ନ୍ତଗତ ଇଛାପୁର ଗ୍ରାମର ନୀଳମାଧବ ଓରଫ ଅର୍ଜୁନ ସାହୁ (୪୬) ।

ସୂଚନା ମତେ ବଘିଆପଡ଼ା ଅଞ୍ଚଳରୁ ଜହ୍ନାପଙ୍କ ପଟକୁ ଏକ ବାଇକରେ ଗଂଜେଇ ଚାଲାଣ ହେଉଥିବା ବୌଦ୍ଧ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ରାସ୍ତାରେ ଜଗି ରହିଥିବା ବେଳେ ବାଇକ ଚାଳକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ବାଇକ ଚାଳକ ପାଖରୁ ଦୁଇଗୋଟି ଜରି ବ୍ୟାଗରେ ଥିବା ୩୬ କେଜି ଗଂଜେଇ ଜବତ କରିବା ସହ ବାଇକ ମଧ୍ୟ ଜବତ କରିଥିଲେ । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୨୬୦/୨୨ ରେ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Comments are closed.